ଆନ୍ଧ୍ରପ୍ରଦେଶ : ଦେଶକୁ ପୁଣି କରୋନା ଭୟ ଘାରିଛି । ଆନ୍ଧ୍ରପ୍ରଦେଶର କଡପ୍ପାରେ ବୁଧବାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି । ତାଙ୍କୁ ଗତମାସରେ ଭେଲ୍ଲୋରର ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା । ୪ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସହିତ ଅନ୍ୟ ୪ ଜଣ ମଧ୍ୟ କୋଭିଡ ପଜିଟିଭ ସଂକ୍ରମିତ ହୋଇଛନ୍ତି । ତାଙ୍କ ଫୁସ୍ଫୁସ୍ ଖରାପ ହୋଇଯାଇଥିଲା ଏବଂ ସେ ନିମୋନିଆର ଶିକାର ହୋଇଥିଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରାଯାଉଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।
କରୋନାରେ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କଡପ୍ପା ଏବଂ ତିରୁପତି ଜିଲ୍ଲାରେ ଆଉ ୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମେଡିକାଲ ଏଜୁକେସନ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେସନ ବେଡ୍, ଆଇସିୟୁ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର, ଔଷଧ, ରାପିଡ ଟେଷ୍ଟ କିଟ୍, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟାଫଙ୍କ ଉପଲବ୍ଧତାର ତଥ୍ୟ ମାଗିଛନ୍ତି ।
ତେବେ ସିଏମସି ଭେଲ୍ଲୋରରେ ଯେଉଁ ରୋଗୀଙ୍କ ଜୀବନ ଯାଇଥିଲା ତାଙ୍କର ମଧୁମେହ, କିଡନୀ ଏବଂ ଅନ୍ୟ ଗୁରୁତର ରୋଗ ରହିଥିଲା । ୬୦ ବର୍ଷୀୟ ଜଣେ ବ୍ଦ୍ଧଙ୍କ ଜୀବନ ଚିକିତ୍ସା ସମୟରେ ଚାଲିଯାଇଥିଲା । ଏହାପୂର୍ବରୁ ତାଙ୍କୁ ତିରୁପତିର ସିଭିଆଇଏମଏସରେ ଭର୍ତ୍ତି କରାଯାଇଥିଲା । ଏହାପରେ ସିଏମସି ଭେଲ୍ଲୋରକୁ ସିଫ୍ଟ କରାଯାଇଥିଲା । ତାଙ୍କର ଆରଟିପିସିଆର ଟେଷ୍ଟରେ କୋଭିଡ-୧୯ ପଜିଟିଭ ସଂକ୍ରମଣ ଚିହ୍ନଟ ହୋଇଥିଲେ । ଅନ୍ୟ ଏକ ମାମଲାରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କ କୋଭିଡ ସଂକ୍ରମଣ ଯୋଗୁଁ ଜୀବନ ଯାଇଥିଲା ।
ଭାରତରେ ସରକାରୀ ତଥ୍ୟ ଅନୁସାରେ, ୨୦୨୨ ଶେଷ ସୁଦ୍ଧା ପ୍ରାୟ ୫.୩ଲକ୍ଷ କରୋନା ମୃତ୍ୟୁ ରେକର୍ଡ ହୋଇଥିଲା । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ଏହି ସଂଖ୍ୟା ପ୍ରାୟ ୪୭ ଲକ୍ଷ ହେବ ।

