2023 12 20t162201z 1808951272 rc2ts4a8y6vr rtrmadp 3 india investments gujarat

ନୂଆଦିଲ୍ଲୀ : ଦୀର୍ଘ ୬୩ ବର୍ଷ ପରେ ଗୁଜରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT)ରେ ଆଲକୋହଲକୁ ମିଳିଲା ଅନୁମତି। ୧୯୬୦ ମସିହାରୁ ଗିଫ୍ଟ ସହର ପ୍ରତିଷ୍ଠା ହେବା ପରଠୁ ଏଠାରେ ମାଦକଦ୍ରବ୍ୟ ବ୍ୟାନ୍ ହୋଇଥିଲା, ଯାହା ଏବେ ପ୍ରତ୍ୟାହାର କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ଏଣିକି ଏହି ସହରରେ ଅବସ୍ଥିତ ହୋଟେଲ, ରେସ୍ତୋରାଁ ଏବଂ କ୍ଲବରେ ମଦ ବିକ୍ରି ଓ ସେବନ ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ।
ଏନେଇ ନାର୍କୋଟିକ୍ସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ଏହା ବ୍ୟତୀତ, ଗିଫ୍ଟ ସିଟିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ କିମ୍ବା ମାଲିକଙ୍କୁ ଏକ ଲିକର୍ ଆକ୍ସେସ୍ ଦିଆଯିବ, ଯାହା ମାଧ୍ୟମରେ ସେମାନେ ଏହି ସହରରେ ଖାଦ୍ୟ ସାଙ୍ଗକୁ ମଦ ଯୋଗାଉଥିବା ହୋଟେଲ/ରେସ୍ତୋରାଁ/କ୍ଲବରେ ମଦ ପିଇପାରିବେ।
ସେହିପିର, କମ୍ପାନୀର ସ୍ଥାୟୀ କର୍ମଚାରୀଙ୍କ ଉପସ୍ଥିତିରେ ପରିଦର୍ଶନ ପାଇଁ ଆସୁଥିବା ଅସ୍ଥାୟୀ କର୍ମଚାରୀମାନେ ମଧ୍ୟ ମାଦକଦ୍ରବ୍ୟ ସେବନର ଅନୁମତି ପାଇପାରିବେ। ଗିଫ୍ଟ ସହର ଅଧୀନରେ ଥିବା ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ କ୍ଲବଗୁଡିକୁ ଏକ FL3 ଲାଇସେନ୍ସ ଦିଆଯିବ। ଏହି ଅନୁମତି କ୍ରମେ ସେମାନେ ବିନା କଟକଣାରେ “ୱାଇନ୍ ଆଣ୍ଡ ଡାଇନ” ବ୍ୟବସାୟ କରିପାରିବେ।
ସବୁଠୁ ବଡ଼ କଥା ହେଉଛି କି ଅବକାରୀ ବିଭାଗ, ଏଠାରେ ଅବସ୍ଥିତ ହୋଟେଲ, କ୍ଲବ କିମ୍ବା ରେସ୍ତୋରାଁରେ ମଦ ବୋତଲ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ମଦ ବୋତଲ ଆଦୌ ବିକ୍ରି ହୋଇପାରିବ ନାହିଁ ବୋଲି ନୋଟିସରେ ଉଲ୍ଲେଖ କରିଛନ୍ତି।

Share