2023 10 07T155222Z 2050521853 RC2RN3ALYH5W RTRMADP 3 ISRAEL PALESTINIANS

ତେଲ ଅଭିଭ୍ : ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଛି । ବେଳେବେଳେ ଏହି ଆକ୍ରମଣର ଏକ ଅତି ଦୟନୀୟ ଚିତ୍ର ଦେଖିବାକୁ ମିଳୁଛି । ଗତ ଶୁକ୍ରବାରଦିନ ଗାଜା ଉପରେ ହୋଇଥିବା ଇସ୍ରାଏଲର ଏକ ବଡ଼ ବିମାନ ଆକ୍ରମଣରେ ଗୋଟିଏ ପରିବାରର ୭୬ ଜଣ ସଦସ୍ୟ ଙ୍କ ମୃତ୍ୟୁ ଘଟିଛି।
ଡିସେମ୍ବର ୨୨ ରେ ଏକ କୋଠା ଉପରେ ହୋଇଥିବା ବୋମା ବିସ୍ଫୋରଣ ଇସ୍ରାଏଲ-ହାମାସ ଯୁଦ୍ଧରେ ସବୁଠାରୁ ଭୟଙ୍କର ଥିଲା ବୋଲି ଗାଜା ଅଧିକାରୀମାନେ କହିଛନ୍ତି। ଗାଜାର କୌଣସି ସ୍ଥାନ ସୁରକ୍ଷିତ ନାହିଁ ବୋଲି ଜାତିସଂଘ ମୁଖ୍ୟ ପୁଣି ଥରେ ଚେତାବନୀ ଦେବା ସତ୍ତ୍ବେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲର କ୍ରମାଗତ ଆକ୍ରମଣ ମାନବୀୟ ସହାୟତା ଯୋଗାଣରେ “ବିରାଟ ପ୍ରତିବନ୍ଧକ” ସୃଷ୍ଟି କରୁଛି ବୋଲି ଜାତିସଂଘ ଅଭିଯୋଗ କରିଛି ।
ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ୭ରୁ ଚାଲିଥିବା ଇସ୍ରାଏଲ ଓ ହମାସ ଯୁଦ୍ଧରେ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକପ୍ରାଣ ହରାଇଛନ୍ତି। ଗାଜା ର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଅକ୍ଟୋବର ୭ରେ ହମାସର ଆତଙ୍କବାଦୀମାନେ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ମୃତ୍ୟୁର ତାଣ୍ଡବ ରଚାଇବା ସହ ଶତାଧିକ ଲୋକଙ୍କୁ ଅପରହଣ କରିନେଇଥିଲେ । ଏହାପରେ ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଆରମ୍ଭ ହୋଇଥିଲା ।

Share