D4d5f0723f15026e5ab5e0ac35e4a5a890ddc644727d415bcabcb81591f866c5

ନୂଆଦିଲ୍ଲୀ: ଜାପାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୁରନ୍ତ ପରେ ସୁନାମି ଆସିଥିଲା, ଯାହା ଫଳରେ ସହର ଭିତରକୁ ପାଣି ପଶିଯାଇଛି। ଏହି ଘଟଣା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲହରର ଉଚ୍ଚତା ୧.୩ ଫୁଟ ପର୍ଯ୍ୟନ୍ତ ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଲହର ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ସେପଟେ ଜାପାନରେ ଥିବା ଆଣବିକ ଶକ୍ତି କେନ୍ଦ୍ରର ସୁରକ୍ଷାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି । ୨୦୧୧ ରେ ଭୂମିକମ୍ପ ପରେ ଫୁକୁସିମା ପରମାଣୁ ପ୍ଲାଣ୍ଟର କ୍ଷୟକ୍ଷତି ପରେ ବ୍ୟାପିଥିବା ବିକିରଣର ସ୍ମୃତି ଏବେ ବି ସତେଜ ରହିଛି । ଜାପାନରେ ପୁଣି ଥରେ ସମାନ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଆଶ୍ବସ୍ତିର କଥା ହେଉଛି ଏପର୍ଯ୍ୟନ୍ତ କୌଣସି ପରମାଣୁ ଶକ୍ତି କେନ୍ଦ୍ର କ୍ଷତିଗ୍ରସ୍ତ ହୋଇନଥିବା ଜାପାନ ସରକାର ସ୍ପଷ୍ଟ କରିଛନ୍ତି । ଜାପାନର ମୁଖ୍ୟ କ୍ୟାବିନେଟ୍ ସେକ୍ରେଟାରି ହୟାସି ୟୋସିମାସା କହିଛନ୍ତି ଯେ ପରମାଣୁ ଶକ୍ତି କେନ୍ଦ୍ରଗୁଡ଼ିକ ସୁରକ୍ଷିତ ଅଛନ୍ତି ।

ଟୋକିଓ ଇଲେକ୍ଟ୍ରିକ୍ ପାୱାର କମ୍ପାନି (ଟେପ୍କୋ) ପକ୍ଷରୁ କୁହାଯାଇଛି ଯେ ନିଗାଟାରେ ଥିବା ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର କାଶୀୱାଜାକି-କାରିୱା ନିକଟରେ ୦.୪ ମିଟର (ପ୍ରାୟ ୧.୩ ଫୁଟ) ଉଚ୍ଚତାର ଲହରୀ ରେକର୍ଡ କରାଯାଇଛି। ତେବେ ବର୍ତ୍ତମାନ କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଫୁକୁଇ ପ୍ରିଫେକ୍ଚର ସେଫ୍ଟି କମିଟି କହିଛି ।

Share