Image 1707135648

କଟକ ମଧୁପାଟଣା ଥାନା ଦରଖାପାଟଣା ଦୁର୍ଗା ମନ୍ଦିର ଲୁଟ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଶ୍ୱଶୁର, ଜ୍ୱାଇଁ। ସେମାନେ ହେଉଛନ୍ତି ଶେଖ ପିରୁ ଓ ତାଙ୍କ ଜ୍ୱାଇଁ ଶେଖ ହାରୁନ।

୨୮ ତାରିଖ ରାତିରେ ମନ୍ଦିରରୁ ମାଆଙ୍କ ଚାନ୍ଦି ମୁକୁଟ, ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଚକ୍ଷୁ ଓ ସୁନା ମୁକୁଟ ସହ ହୁଣ୍ଡିରେ ପଡ଼ିଥିବା ଦାନ ଟଙ୍କା ଚୋରି ହୋଇଥିଲା। ଲୁଟ ପରେ ସାମଗ୍ରୀ ଗୁଡ଼ିକୁ ଜଣେ ସୁନା ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ପୁଲିସ ‌ଉକ୍ତ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି।

ଅଭିଯୁକ୍ତ ମାନଙ୍କ ଠାରୁ ସୁନା ଓ ଚାନ୍ଦି ଅଳଙ୍କାର, ଗୋଟିଏ ସ୍କୁଟି, ଦୁଇଟି ମୋବାଇଲ ସହ ଲୁଟରେ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଛି ପୁଲିସ। ପୂର୍ବରୁ ଶେଖ ପିରୁ ନାଁରେ ୧୪ ଟି ମାମଲା ରହିଥିବା ପୁଲିସ କହିଛି।

Share