ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ RTOର ଟ୍ରାଫିକ ଇନସିପେକ୍ଟର

ImgResizer 20240209 2041

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର। ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଧରିଲା ଭିଜିଲାନ୍ସ। ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ ।

କାରରେ ଭୁବନେଶ୍ବର ଅଭିମୁଖେ ଆସୁଥିଲେ ଟ୍ରାଫିକ ଇନ୍‌ସପେକ୍ଟର। ବିଭାଗ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ଟିମ୍‌ କଟକ ନିକଟ ବିରିବାଟୀ ତାରିଣୀ ଛକରେ ଜଗିଥିଲେ। କାର୍‌ଟି ପହଞ୍ଚିଲା ପରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Share