Aparajita E1694537253507

ବେଗୁନିଆ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧର ବହ୍ନି ଆହୁରି ବଢୁଛି। ତୀବ୍ର ଅସନ୍ତୋଷ ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡୁଛି ସାଂସଦଙ୍କୁ। ବେଗୁନିଆ- ବୋଲଗଡ଼ରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏହି ସମାନ ଘଟଣା ଦେଖିବାକୁ ମିଳିଛି। ବେଗୁନିଆ- ବୋଲଗଡ଼ରେ ସକ୍ରିୟ ବିଜେପି ସଭ୍ୟମାନେ ଏକାଠି ହୋଇ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ତାଙ୍କ ଦ୍ଵାରା ମନୋନୀତ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆହୁରି ବଢୁଛି ବିରୋଧ।

ଦଳୀୟ କର୍ମୀ ସମ୍ମିଳନୀରେ ଅପରାଜିତାଙ୍କ ବିରୋଧରେ ସମସ୍ତେ ସ୍ଲୋଗାନ ଦେଇଥିଲେ। ଅପରାଜିତା ହାୟ ହାୟ। ଅପରାଜିତା ତୁମ ମନମୁଖୀ କାମ ଚଳିବ ନାହିଁ। ଆଗାମୀ ନିର୍ବାଚନରେ ବେଗୁନିଆ ବୋଲଗଡ଼ବାସୀ ଜବାବ ଦେବେ ବୋଲି ସ୍ଲୋଗାନ ଦିଆଯାଇଥିଲା। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ନିର୍ବାଚନମଣ୍ଡଳୀରୁ ତୀବ୍ର ବିରୋଧ କରାଯାଉଛି। ଆଗାମୀ ଦିନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିବାକୁ ତାଙ୍କ ଦଳର କର୍ମୀମାନେ ଜୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏଥିରୁ ସ୍ପଷ୍ଟ ବାରି ହେଇଯାଉଛି ଯେ ଦଳରେ ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀମାନେ ଦଳୀୟ ନେତା ତଥା ପ୍ରାର୍ଥୀ ଚୟନରେ ଖୁସି ନାହାନ୍ତି।

Share