Heat Wave 600x330

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଗରମ। ଆଜିଠୁ ତିନି ଦିନ ରାଜ୍ୟରେ ଖରା ତାତି ବଢିବ । ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏଁ ଚଢ଼ିବ ପାରା । ଆସନ୍ତା ୧୩ ଯାଏ ତାତି ସାଙ୍ଗକୁ ଲାଗି ରହିବ ଗରମ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପାନ୍ତରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହେବ। ତେଣୁ ଆଗାମୀ ତିନି ଯାଏ ସିଝିବ ଓଡ଼ିଶା। ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସତର୍କ କଲା ପାଣିପାଗ ବିଭାଗ।

୧୨ ତାରିଖ ପରଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ବଢ଼ିଲେ ଗରମ ବଢ଼ିବ। ବାୟୁମଣ୍ଡଳ ଶୁଷ୍କତା କାରଣରୁ ଦିନର ତାପମାତ୍ରା ବୃଦ୍ଧି ପାଇବ । ରାଜଧାନୀ ଭୁବନେଶ୍ଵର ଓ କଟକ ସମେତ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି ।

ଆସନ୍ତା ୧୪ ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ। ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ବର୍ଷା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଓଡ଼ିଶାରେ ପାଗ ଶୁଖିଲା ରହିବ । ୧୬ ତାରିଖ ପରେ ପୁଣି ଫେରିବ ତାତି।

Share