Teach

ଭୁବନେଶ୍ବର:ଏପ୍ରିଲ ୧ ତାରିଖରୁ ସମସ୍ତ ସରକାରୀ ସ୍କୁଲରେ ଶିକ୍ଷକ ପଦବୀ ପାଇଁ ଆରମ୍ଭ ହେବ ଆବେଦନ। ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ। ଏପ୍ରିଲ ୧ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ୨୬୨୯ଟି ଜିଲ୍ଳା କ୍ୟାଡର ଶିକ୍ଷକ ପଦବୀ ପୂରଣ ହେବ। ଏଥିପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ୨୬୨୯ଟି ପଦରେ ଟିଜିଟି (ଆର୍ଟସ), ଟିଜିଟି (ସାଇନ୍‌ସ-ପିସିଏମ୍‌),ଟିଜିଟି (ସାଇନ୍‌ସ-ସିବିଜେଡ୍‌),ସଂସ୍କୃତ, ହିନ୍ଦୀ, ପିଇଟି ଓ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ OSSSCର ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। କେବଳ ଅନ୍‌ଲାଇନ୍‌ରେ ଦରଖାସ୍ତ ଗ୍ରହଣ କରାଯିବ। ଖାଲି ପଡ଼ିଥିବା ପଦବୀ, ପେ’ ସ୍କେଲ୍‌, ବୟସ ସୀମା, ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତ ସଂପର୍କରେ ଜାଣିବା ପାଇଁ ପ୍ରାର୍ଥୀମାନେ OSSSCର ୱେବ୍‌ ପୋର୍ଟାଲ www.osssc.gov.in କୁ ଯାଇ ଯାଞ୍ଚ କରିପାରିବେ।

Share