Scb 1674544040

କଟକ: କଟକ ବଡ଼ ମେଡିକାଲରେ ବିରଳ ଅପରେସନ୍ ହୋଇଛି। କଟକ SCB ମେଡିକାଲ କଲେଜ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି। ଏହାର ନାଁ ହେଲା ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର’।

ଏପରି ଅପରେସନ୍ ରାଜ୍ୟରେ ପ୍ରଥମ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ। ୧୫ ବର୍ଷ ଧରି ଫାଇଲେରିଆରେ ପୀଡିତ ଜଣେ ୩୩ ବର୍ଷୀୟ ମହିଳାଙ୍କର ଏହି ପଦ୍ଧତିରେ ଅପରେସନ କରାଯାଇଛି। ସେ ହେଲେ ଯାଜପୁର ଜିଲ୍ଲାର ରୀତାରାଣୀ ସାଇଁ। ଫାଇଲେରିଆରେ ତାଙ୍କର ବାମ ଗୋଡ଼ଟି ଏକ ପ୍ରକାର ଅଚଳ ହୋଇଯାଇଥିଲା। ଏସସିବିରେ ଏହାର ସଫଳ ଚିକିତ୍ସା କରାଯାଇଛି। ପନ୍ଦର ଦିନ ତଳେ ଏହି ଅପରେସନ ହୋଇଥିଲା।

ଅସ୍ତ୍ରୋପଚାର ହେଇଥିବା ମହିଳା ରୀତାରଣୀ ସ୍ୱାଇଁ କହିଛନ୍ତି, ଅପରେସନ ପରେ ମୋତେ ଭଲ ଲାଗୁଛି। ଆଗରୁ ଚଲାବୁଲା କଲେ କାଟୁଥିଲା। ଏବେ ଏତେ କଷ୍ଟ ହେଉ ନାହିଁ।

ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ବିଭୁତି ଭୂଷଣ ନାୟକ କହିଛନ୍ତି, ଏହା ବିରଳ ଅପରେସନ୍। ଫ୍ରାନ୍ସ ଓ ଜର୍ମାନୀରେ ଏହି ଅପରେସନ ହୋଇଛି। ଆମ ଓଡ଼ିଶାରେ ଏହି ଅପରେସନ ହୋଇନଥିଲା।

Share