Screen Shot 2024 03 19 At 1.14.29 Pm 750x430 1

ଉମରକୋଟ: ଓଡ଼ିଶାରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି ସେ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ। ଏକ ଚା’ ଦୋକାନରେ ବସି ବିଜେପି କର୍ମୀଙ୍କ ସହ ଚା’ ପିଇଥିଲେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା।

ସ୍ଥାନୀୟ ଏକ ହୋଟେଲରେ ପ୍ରାୟ ଗୋଟିଏ ଘଣ୍ଟାର ରହଣୀ ସମୟରେ ବିଜୟ ଶର୍ମା ବିଜେପି କର୍ମୀଙ୍କ ସହ ଆଲୋଚନା କରିବେ। ଏହାପରେ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି କେନ୍ଦ୍ର ଯୋଜନାର ହିତାଧିକାରୀଙ୍କ ସମ୍ମିଳନୀରେ ଯୋଗଦେବେ ଛତିଶଗଡ଼ର ଉପ-ମୁଖ୍ୟମନ୍ତ୍ରୀ। ଘର ଘର ସଂପର୍କ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ। ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Share