Whatsapp Image 2024 03 28 At 20.46.47

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ଜାରି ଏକ ବିବୃତିରେ ଏନଆଇଏ କହିଛି ଯେ ମୁଜାମ୍ମିଲ ସରିଫ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ଯିଏକି ତିନୋଟି ରାଜ୍ୟ (କର୍ଣ୍ଣାଟକର ୧୨ଟି ସ୍ଥାନ, ତାମିଲନାଡୁର ୫ଟି ସ୍ଥାନ ଏବଂ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନ)ରେ ୧୮ଟି ବଡ଼ ଧରଣର ଚଢ଼ାଉ ପରେ ଗିରଫ ହୋଇଛି । ସେ ଏବେ ଏହି ବିସ୍ଫୋରଣ ମମଲାର ସହ ଷଡ଼ଯନ୍ତ୍ରକାରୀ ଭାବେ ଏନଆଇଏ ହେପାଜତରେ ଅଛି।
ଏନଆଇଏ ଗତ ମାର୍ଚ୍ଚ ୩ ତାରିଖରେ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା। ମୁଜାମ୍ମିଲ ସରିଫ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମୁସାବୀର ସଜିବ ହୁସେନକୁ ଚିହ୍ନଟ କରାଯାଇଥିଲା। ଏହି ସମୟରେ ଆଉ ଜଣେ ଷଡ଼ଯନ୍ତ୍ରକାରୀ ସାମ୍ନାକୁ ଆସିଥିଲା, ଯାହାର ନାମ ଅବଦୁଲ ମାଥିନ୍ ତାହା। ବର୍ତ୍ତମାନ ଦୁହେଁ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ଏନଆଇଏ ଲଗାତାର ଚଢ଼ଉ ଜାରି ରଖିଛି।
ମାର୍ଚ୍ଚ ୧, ୨୦୨୪ରେ ହୋଇଥିବା ଏହି ଦୁର୍ଘଟଣାରେ ଅନେକ ଗ୍ରାହକ ଙ୍କ ସହ ହୋଟେଲ କର୍ମଚାରୀଙ୍କ ମଧ୍ୟରୁ କିଛି ଗୁରୁତର ଆହତ ହୋଇଥିଲେ। ଏହି ବିସ୍ଫୋରଣରେ କ୍ୟାଫେରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।

Share