Naxal1 747x430

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ସୀମାରେ ନକ୍ସଲ ପୁଣି ହଂସା ଘଟାଇଛନ୍ତି। ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ହେଲେ ଅଶୋକ ତାଲାଣ୍ଡି।

ସୂଚନା ଅନୁସାରେ ଭାମରାଗଡ଼ ଥାନା ଅଂଚଳର ଦାମରାଞ୍ଚା ଗ୍ରାମର ନିବାସୀ ଅଶୋକ ତାଲାଣ୍ଡି ନାମକ ବ୍ୟକ୍ତି ଗୁରୁବାର ରାତିରେ ପୁଲିସ ଇନଫର୍ମର ସଂଦେହରେ ଗାଁରେ ବସି ତାକୁ ଘରୁ ଉଠାଇ ନେଇଥିଲେ। ପରେ ହତ୍ୟା କରି ତାକୁ ତାଡଗାଓଁ ଏବଂ ଭାମରାଗଡ ରାସ୍ତାରେ ଫିଙ୍ଗି ଦେଇଥିଲେ।

ଶବ ନିକଟରେ ନକ୍ସଲ ପୋଷ୍ଟର ଛାଡ଼ିକି ଯାଇଥିଲେ। ପୋଷ୍ଟରରେ ଅଶୋକ ପୁଲିସ ଇନଫର୍ମର ଭାବେ କାମ କରୁଥିଲା ବୋଲି ଉଲ୍ଲେଖ କରିଛନ୍ତି। ବାରମ୍ବାର ଚେତାବନୀ ପରେ ମଧ୍ୟ ସେ ସୁଧୁରିନଥିଲା। ତେଣୁ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ସୁରକ୍ଷାକର୍ମୀ ସେହି ଅଂଚଳରେ ସର୍ଚ୍ଚ ଅପରେସନ କରୁଥିବା ଜଣାପଡିଛି।

Share