Car 750x430 1

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ରବିବାର ହିଟ୍ ଆଣ୍ଡ୍ ରନ୍ ମାମଲା ଦେଖିବାକୁ ମିଳିଛି। ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଏବି ଦୁର୍ଘଟଣାରେ ଜଣେ ଚା ଦୋକାନୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡ଼ା।

ସୂଚନା ଅନୁସାରେ ଦିଲୀପ ନିଜ ଚା’ ଦୋକାନ ସମ୍ମୁଖରେ ସଫା କରୁଥିଲେ। ଏହି ସମୟରେ ଏକ ଦାବି କାର୍‌ (ଓଡି ୩୩ଏକେ ୬୮୮୮) ଦିଲୀପଙ୍କ ଉପରେ ମାଡି ଆସିଥିଲା। ଦିଲୀପ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ଡ୍ରାଇଭର ଜଣକ ସେଠାରୁ ଫେରାର ମାରିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଦିଲୀପଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ‌ଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ମୃତକଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରୁଛି। ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ତେବେ ରାଜଧାନୀର ଛାତି ଉପରେ ଏଭଳି ଘଟଣାକୁ ଦେଖି ଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି।

Share