Naveen Niwas Road 660x430

ଭୁବନେଶ୍ବର: ନବୀନ ନିବାସରେ ବିଭିନ୍ନ ସଂଗଠନ ଏବଂ ସମର୍ଥକମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି।
ନବୀନ ନିବାସରେ ଶ୍ରମିକ ସଂଗଠନର ବୈଠକ ଶେଷ ହୋଇଛି। ଓଡ଼ିଆ ଶ୍ରମିକ ସଂଗଠନ ଏଥର ନିର୍ବାଚନରେ ବିଜୁ ଜନତା ଦଳକୁ ସଂପୂର୍ଣ୍ଣ ସହଯୋଗ କରିବେ। ଏନେଇ ଆଜି ବୈଠକରେ ଆଲୋଚନା ହୋଇଛି ବୋଲି କହିଛନ୍ତି ଶ୍ରମିକ ନେତା ନବକିଶୋର ମହାନ୍ତି। ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଗଣ୍ଡସମାଜର ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥର ଗଣ୍ଡସମାଜ ନିର୍ବାଚନରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଯଦି ଗଣ୍ଡସମାଜରୁ କାହାକୁ ଟିକେଟ ମିଳେ ତେବେ ସେମାନେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତ ଥିବା କଥା ମଧ୍ୟ କହିଛନ୍ତି। ଏହା ପରେ ପୁଣି କେନ୍ଦୁପତ୍ର ତୋଳାଳୀ ମହାସଂଘ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଯାହାକୁ ଟିକେଟ ଦେବେ, ଆମେ ତାଙ୍କୁ ସମର୍ଥନ କରିବୁ ବୋଲି କହିଛି କେନ୍ଦୁପତ୍ର ତୋଳାଳୀ ମହାସଂଘ।

Share