Nakatideula Forest Range 750x430 1

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳ ମାନକୁଣ୍ଡା ଜଙ୍ଗଲରେ କଲରା ପତରିଆ ବାଘ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି।

ସୂତ୍ରରୁ ପ୍ରକାଶ ଯେ ନାକାଟିଦେଉଳ ରେଞ୍ଜ ଅନ୍ତର୍ଗତ ସାହେବୀ ପଞ୍ଚାୟତର ସାଦ ମୁଣ୍ଡାଙ୍କ ବାଘ ଆକ୍ରମଣରେ ମୃତ୍ୟୁ ଘଟିଛି। ତାଙ୍କ ଘର ଧଣ୍ଡମୁଣ୍ଡା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ କଲରା ପତରିଆ ବାଘ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ବ୍ୟକ୍ତିଟି ଯେତେବେଳେ ଘରକୁ ଫେରିବାରେ ବିଳମ୍ବ ହେଲା, ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାକୁ ଜଙ୍ଗଲ ଭିତରକୁ ଯାଇଥିଲେ।

ଜଙ୍ଗଲରେ ବ୍ୟକ୍ତିଙ୍କ ଦେହ ରକ୍ତାକ୍ତ ଏବଂ କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଥିଲା। ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଯାଇଛି।

Share