Deadbody 1703830598

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦିନ ସାଢ଼େ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ। ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି। ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବଡ଼ି ଟେମ୍ପରେଚର ୧୦୩, ୧୦୪ ରହିଥିବାରୁ ଏଭଳି ଘଟିଥିବା ଆଶଙ୍କା କରାଯାଉଛି। କାଲି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ମୃତ ଅବସ୍ଥାରେ ଆସିଥିବାରୁ ହିଷ୍ଟ୍ରି ଷ୍ଟଡି କରାଯାଇନି। ଆଉ କିଛି ଗୁରୁତରଙ୍କ ୱାର୍ଡ ଭିତରେ ଚିକିତ୍ସା ଚାଲିଛି।

Share