Hand Dead Victim Woman Covered 600nw 2193737127

ଭୁବନେଶ୍ବର: ରାଉରକେଲା ସରକାରୀ ଡାକ୍ତରଖାନାରେ ୧୩ ଜଣ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମୃତ୍ୟୁର କାରଣ ଜାଣିବାକୁ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି। ଏପରି ସ୍ଥିତିରେ ଅସ୍ବାଭାବିକ ମୃତ୍ୟୁର ସମ୍ଭାବ୍ୟ କାରଣ ନେଇ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ରାଉରକେଲା ସହ ସମଗ୍ର ପଶ୍ଚିମ ଓଡିଶାରେ ଗରମ ଏବଂ ଗୁଳୁଗୁଳି ସ୍ବାଭାବିକଠାରୁ ଅଧିକ ରହିଛି। ଶରୀରର ତାପମାତ୍ରାଠାରୁ ବାହାର ତାପମାତ୍ରା ବହୁତ ଅଧିକ ରହିଥିବାରୁ ଏହା ଅଂଶୁଘାତଜନିତ ମୃତ୍ୟୁ ହୋଇଥାଇପାରେ। କିମ୍ବା ଅନ୍ୟ କୌଣସି ରୋଗ ଥିବା କାରଣରୁ ମୃତ୍ୟୁ ହୋଇଥାଇପାରେ। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର।
ପ୍ରବଳ ଖରା ଓ ଗରମରେ ଏକାଧିକ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ନେଇ ଡାକ୍ତର ପଣ୍ଡା କହିଛନ୍ତି, ଡ୍ରାଇଭରମାନେ ବହୁତ କମ୍ ବିଶ୍ରାମ କରି ଦିନରାତି ଗାଡ଼ି ଚଳାଉଛନ୍ତି। ଟ୍ରକ୍ କ୍ୟାବିନ୍ ଭିତରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ନଥିବାରୁ ଟ୍ରକ୍ କ୍ୟାବିନ୍ ଭିତରେ ଏବଂ ବାହାରେ ତାପମାତ୍ରା ଯଥେଷ୍ଟ ଅଧିକ ଅନୁଭୂତ ହେଉଥିବ। ତେଣୁ ଏଭଳି ସ୍ଥିତିରେ ଡିହାଇଡ୍ରେସନ୍ ହେବା ସହ ମୃତ୍ୟୁ ହୋଇଥାଇପାରେ ବୋଲି ଡାକ୍ତର କହିଛନ୍ତି।

Share