Mkg 3 Naxal Surrender 750x430

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲଗାତାର ନକ୍ସଲ ଉପରେ ସୁରକ୍ଷାକର୍ମୀଙ୍କ ହମଲାରେ ନକ୍ସଲ ବିଳବିଳାଉଛନ୍ତି ଓ ଆତଙ୍କିତ ମଧ୍ୟ ହେଲେଣି। ଫଳରେ ଶତାଧିକ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆତ୍ମସମର୍ପଣ କଲେଣି। ଏହି କ୍ରମରେ ଆଜି ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ କଟେକଲ୍ୟାଣ ଓ ଭେରମଗଡ ଏରିଆ କମିଟିର ୩ ଜଣ ଆଗଧାଡିର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସର୍ପଣ କରିଥିବା ନକ୍ସଲମାନେ ହେଲେ ହିଡମା ସୋଡି(୩୬), କୋସା ବେକୋ(୨୬) ଏବଂ ଭିମେ ଅରଫ ବବିତା ଓୟାମ(୨୯)।ଏମାନଙ୍କ ଆତ୍ମସମର୍ପଣ ପଛରେ ୨୩୦ ସିଆରପିଏଫ ବାଟାଲିୟନର ପ୍ରମୁଖ ହାତ ରହିଛି।

ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରୀ ସୁବିଧା ପ୍ରଦାନ କରାଯିବା ସହ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆତ୍ମନିର୍ଭରଶୀଳ କରାଯାଇ ବାକି ଜୀବନ କିପରି ସେମାନେ ହିଂସାମୁକ୍ତ ହୋଇ କଟାଇବେ ସେନେଇ ସରକାରଙ୍କର ପ୍ରୟାସ ବୋଲି କୁହାଯାଇଛି।ଛତିଶଗଡରେ ଚାଲିଥିବା ଲୋନ ବର୍ଟାଟୁ(ଘରକୁ ଫେରିଆସ) ଅଭିଯାନରେ ବହୁ ନକ୍ସଲ ପ୍ରଭାବିତ ହୋଇ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ପୁଲିସ କହିଛି।

Share