Hospital 1720268905

କଟକ : ବିନା ପଞ୍ଜୀକରଣରେ ଚାଲୁଥିବା କଟକ ରାଣୀହାଟ ସ୍ଥିତ ଚାଣକ୍ୟ ହସ୍ପିଟାଲକୁ ସିଲ୍‌ କଲା ସ୍ୱାସ୍ଥ୍ୟ ବିଭାଗ। ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚାଣକ୍ୟ ହସ୍ପିଟାଲରେ ପହଞ୍ଚି ସରଜମିନ ତଦନ୍ତ ପରେ ସିଲ୍‌ କରିଛନ୍ତି।
ସେପଟେ ସିଡିଏ ନିୟମ ମୁତାବକ ବିଲଡିଂର ନିର୍ମାଣ ହୋଇନଥିବାରୁ ସର୍ବକ୍ଷମା ଯୋଜନାରେ ବିଲଡିଂକୁ ଅନୁମିତ ମିଳିଲା। ତେଣୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇବାରେ ବିଳମ୍ବ ହେଉଥିବାରୁ ପଞ୍ଜୀକରଣର ହୋଇପାରିନଥିଲା ବୋଲି ସଫେଇ ଦେଇଛନ୍ତି ମାଲିକ। ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଉଲ୍ଲଂଘନ କରୁଥିବା ଏହି ହସ୍ପିଟାଲକୁ ସିଲ କରିବା ପାଇଁ କିଛି ଦିନ ତଳେ ଜାତୀୟ ମାନବ ଅଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ।
୨୦୨୧ ମସିହାରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବାବଲପୁର ଗାଁର କିଶୋର ଚନ୍ଦ୍ର ଦାଶଙ୍କର ଏହି ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପରେ ଏ ନେଇ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ଦାୟର ହୋଇଥିଲା।

Share