Parak

ଦେଓଗଡ଼: ଦେଓଗଡ଼ରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା’ ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଛି। ଏହି ଘଟଣାର‌େ ‌ପୋଲିସ ମା’କୁ ଗିରଫ କରିଛି। ମୃତ ବାଳକ ହେଉଛି ରାଜାମୁଣ୍ଡା ଛକ ସାହିର ୧୪ ବର୍ଷୀୟ ନିକୁ ସୁନେନ୍।

ପୁଅକୁ ହତ୍ୟ‌ା କରାଯାଇଥିବା ନେଇ ମୃତ ବାଳକର ବାପା ଥାନାରେ ଅଭିଯୋଗ କରିଥିଲେ। ଯାହା ପର‌େ ‌ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତରୁ ଜଣାପଡିଥିଲା ଯେ, ପରକୀୟା ପ୍ରତିରେ ବାଧକ ସାଜିବାରୁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଥିଲା ଜନ୍ମଦାତ୍ରୀ ମା’। ସ୍ବାମୀଙ୍କ ଅନୁପସ୍ଥିତିରେ ପ୍ରେମିକ ରଞ୍ଜନ ନାୟକ ନିୟମିତ ତାଙ୍କ ଘରକୁ ଆସୁଥିଲେ। ପୁଅ ନିକି ଏହି ଘଟଣାକୁ ନେଇ ମା’ଙ୍କୁ ବିରୋଧ କରୁଥିଲେ। ଏହି କାରଣରୁ ମା’ ବହୁ ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଘଟଣା ଦିନ ମଧ୍ୟ ଏହି କାରଣରୁ ବଚସା ହେବାରୁ ମା’ ଶାଢୀର‌େ ନିଜ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ପ‌ୋଲିସ ସୁତ୍ରରୁ ପ୍ରକାଶ।

Share