ଆମେ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ, ଆମ ପାଇଁ ଚ୍ୟାଲେଞ୍ଜ କିଛି ନାହିଁ: ପୃଥୀରାଜ ହରିଚନ୍ଦନ

Pruth

ଭୁବନେଶ୍ବର: ସରକାରକୁ ମାସେ ପୂରିଲା। ଆମେ ୧୦୦ ଦିନର ମାପଦଣ୍ଡରେ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ। ଆମ ପାଇଁ ଚ୍ୟାଲେଞ୍ଜ କିଛି ହେବ ନାହିଁ। ଏଭଳି ଦୃଢ଼ୋକ୍ତି କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି, ସରକାର ଭାବେ ଶପଥ ନେଲା ପରେ ଆମେ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛୁ।ଖୁବ ଶୀଘ୍ର ସୁଭଦ୍ରା ଯୋଜନା ବି ଲାଗୁ କରାଯିବ। ଓଡ଼ିଆ ଅସ୍ମିତା ଲାଗି ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି। ବିଜେପି ସରକାର ବହୁ ଲୋକାଭିମୁଖୀ ଯୋଜନା କରିଛି। ଜନତା ତୁଳନା କରିବେ ମାସେ ଭିତରେ ପୂର୍ବ ସରକାର କଣ କରିଥିଲେ ଆଉ ଆମେ ମାସେ ଭିତରେ କଣ ସବୁ ଭଲ କାମ କରିଛୁ।

ସେ ଆହୁରି କହିଛନ୍ତି, ଆଜି ନହେଲେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ନିର୍ଦ୍ଧାରଣ ଯାହା ହେଇଛି, ଆସିଯିବ। ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି। ବିଧିବଦ୍ଧ ଭାବେ ଆସନ୍ତାକାଲି ସୁଦ୍ଧା ସରକାରଙ୍କର ଯାହା ନିଷ୍ପତ୍ତି, ‌ତାହା ସ୍ପଷ୍ଟ ହୋଇଯିବ।

Share