Image 1721723178

ନୂଆଦିଲ୍ଲୀ : ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହୋଇଛି। ଚଳିତ ସାଧାରଣ ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା ହୋଇଛି। ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ମିଳିବ।
ସେହିପରି ନେପାଳରେ ବନ୍ୟା ନିୟନ୍ତ୍ରଣ ସଂରଚନା ନିର୍ମାଣ ପାଇଁ ଯୋଜନା ଏପର୍ଯ୍ୟନ୍ତ ଅଗ୍ରଗତି ହୋଇନାହିଁ। ଆନୁମାନିକ ୧୧.୫୦୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ପ୍ରତିବର୍ଷ ଆସାମରେ ବନ୍ୟା ପରିସ୍ଥିତି ଉପୁଜୁଛି। ଏହାର ପରିଚାଳନା ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।
ବନ୍ୟା ପ୍ରଭାବିତ ହିମାଚଳ ପ୍ରଦେଶକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ମାଧ୍ୟମରେ କ୍ଷତିଗ୍ରସ୍ତ ସଡକଗୁଡିକର ପୂନଃନିର୍ମାଣରେ ସହାୟତା ମିଳିବ। ଏଥିସହ ଉତ୍ତରାଖଣ୍ଡରେ ଭୂସ୍ଖଳନ ଓ ବାଦଳ ଫଟା ବର୍ଷା ଯୋଗୁ ହୋଇଥିବା କ୍ଷତିର ସୁଧାର ପାଇଁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ। ସେହିପରି ବନ୍ୟା ପ୍ରଭାବିତ ସିକ୍କିମକୁ ମଧ୍ୟ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Share