Image 1721824952

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଘଟିଛି ଅଘଟଣ। ଏକ ଗେଟ୍ ଭାଙ୍ଗି ଲୋକଙ୍କ ଉପରେ ପଡ଼ିବାରୁ ୨ ଜଣ ଆହତ ହୋଇଛିନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସୂଚନା ଓ ସାଂସ୍କୃତିକ ବିଭାଗ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଧନଧାନ୍ୟ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଦିବଂଗତ ଅଭିନେତା ଉତ୍କଳ କୁମାରଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହଜାର ହଜାର ଲୋକ ଉପସ୍ଥିତ ହୋଇଥିଲେ। ଏହି ସମୟରେ ହଠାତ୍ ଏକ ଅସ୍ଥାୟୀ ଗେଟ୍ ଭୁଶୁଡି ପଡ଼ିଥିଲା। ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଛି। କିନ୍ତୁ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗେଟ୍ ଭୁଶୁଡ଼ି ଥିବା ଏହି ଅଡିଟୋରିୟମର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପ୍ରିଲ ୧୩, ୨୦୨୩ରେ ଏହାର ଉଦଘାଟନ ହୋଇଥିଲା।

Share