Pratap Deb Newsroom Odisha 1

ଭୁବନେଶ୍ବର: ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ କାର୍ଡ ପାଇଁ ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ, ତାଙ୍କୁ ସାମିଲ କରିବେ କି ? ଯଦି ୨୫ ଲକ୍ଷ ଭୂତ କାର୍ଡ ତାହାଲେ ସେଗୁଡିକର ଆଧାର ଲିଙ୍କ ହୋଇଛି କି? ଯଦି ହୋଇଛି ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ। ଏଥିସହିତ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ତରଫରୁ ଯଦି କିଛି ବିଜ୍ଞପ୍ତି ପ୍ରକାଶ କରାଯାଇଛି, ତେବେ ସମସ୍ତ ବିଧାୟକଙ୍କୁ ଏହାର କପି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

Share