Zzzzzz

ନୂଆଦିଲ୍ଲୀ: ବାଂଲାଦେଶରେ ଯଦିଓ ଏକ ନୂତନ ସରକାର ଗଠନ ହୋଇଛି, ତଥାପି ସେଠାରେ ହିଂସା ଜାରି ରହିଛି। ବାଂଲାଦେଶର ଅନେକ ହିନ୍ଦୁ ପରିବାର ନିଜ ଘର ଛାଡି ଭାରତ ଆସିବାକୁ ଚାଁହୁଚନ୍ତି | ଭାରତ-ବାଂଲାଦେଶ ସୀମାରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକ ଉପସ୍ଥିତ ଅଛନ୍ତି। ପ୍ରାୟ ୧୦୦୦ ବାଂଲାଦେଶୀ ପଶ୍ଚିମବଙ୍ଗର ସୀତାଲକୁଚିରେ ପାଣି ଭିତରେ ଠିଆ ହୋଇ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ବିଏସଏଫକୁ ଅନୁରୋଧ କରିଛନ୍ତି। ତେବେ ସୀମା ସୁରକ୍ଷାକୁ ନେଇ ବିଏସଏଫ ମଧ୍ୟ ସତର୍କ ରହିଛି। ବିଏସ୍ଏଫ୍ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଏହା ହେଉଛି ସବୁଠାରୁ ବଡ ଗୋଷ୍ଠୀ। ବାଂଲାଦେଶରେ ରହୁଥିବା ଅନେକ ହିନ୍ଦୁ ଲୋକ ସୀମାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବାବେଳେ ‘ଜୟ ଶ୍ରୀ ରାମ’ ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଉଥିଲେ। ବିଏସ୍ଏଫ୍ ଯବାନମାନେ କିନ୍ତୁ ସୀମା ଭିତରକୁ ନ ଆସିବାକୁ ଚେତାବନୀ ଦେଇଛନ୍ତି | ବିଏସଏଫ ଯବାନଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ ଏହି ଲୋକମାନେ ବାଂଲାଦେଶରେ ଥିବା ନିଜ ଘରକୁ ଫେରିବାକୁ ରାଜି ନାହାନ୍ତି ।
ଏନେଇ ବିଏସଏଫ ପକ୍ଷରୁ କୁହାଯାଇଛି ଯେ ଏବେ ବିଏସଏଫ ସାମ୍ନାରେ ଏହି ଚ୍ୟାଲେଞ୍ଜ ରହିଛି । ବାଂଲାଦେଶର ଲୋକମାନେ ଗତ କିଛି ଦିନ ହେବ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ପେଟ୍ରାପୋଲକୁ ଆସୁଛନ୍ତି। ସୂଚନା ଥାଉ କି ଯେ ସୀମା ଉପରେ ନଜର ରଖିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ସୀମା ସୁରକ୍ଷା ବଳର ଇଷ୍ଟର୍ନ କମାଣ୍ଡର ଏଡିଜି କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଏହାପୂର୍ବରୁ ସୀମା ସୁରକ୍ଷା ବାହିନୀ ବାଂଲାଦେଶ ସୀମାରେ କଟକଣା ବୃଦ୍ଧି କରିଛି। ବାଂଲାଦେଶରେ ହିଂସା ଘଟଣା ଭାରତ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

Share