Image 1723291892

ଶ୍ରୀନଗର : ଆଜି ଜମ୍ମୁ କଶ୍ମୀର ପୁଲିସ ଚାରି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏମାନେ କଠୁଆ ଅଞ୍ଚଳରେ ଲୁଚିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଏମାନଙ୍କୁ ଧରିବା ପାଇଁ ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୁଲିସ।
ଏଥିସହ ଏମାନଙ୍କ ନାଁରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଯଦି କେହି ଏମାନଙ୍କୁ ଧରାଇ ଦିଅନ୍ତୁ, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ମିଳିବ।
ଗତମାସ କଠୁଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ ଧରଣର ଆତଙ୍କୀ ହମଲା ହୋଇଥିଲା। ଏଥିରେ ପାଞ୍ଚ ଜଣ ଯବାନ ଶହୀଦ ହୋଇଥିଲେ। ଆଖ ପାଖ ଜିଲ୍ଲାରେ ମଧ୍ୟ କିଛି ଦିନ ହେବ ଆତଙ୍କୀ କାର୍ଯ୍ୟକଳାପ ବଢିଯାଇଛି। ଆଜି ମଧ୍ୟ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।
ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସେପଟେ କଠୁଆ ଜିଲ୍ଲାରେ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରୁଛି ପୁଲିସ। ସେମାନଙ୍କୁ ଧରିବା ପାଇଁ ପୁଲିସ ସ୍କେଚ୍ ଜାରି କରିଛି।

Share