Image 1724592309

ସମ୍ବଲପୁର : ସମ୍ବଲପୁରରେ ଜଣେ ‘ମୋ ବସ’ ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ବସ ଭିତରେ ପଶି ତାଙ୍କୁ ପିଟିଥିବା ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଡ୍ରାଇଭର ବରୁଣ ରାଉତ ଚିପିଲିମାରୁ ‘ମୋ ବସ’ ନେଇ ଗୋଶାଳା ଅଭିମୁଖେ ଯାଉଥିବା ବେଳେ ବାଟରେ ଅଭିଯୁକ୍ତ ବସକୁ ଅଟକାଇବାକୁ ହାତ ଦେଖାଇଥିଲେ। କିନ୍ତୁ ତାହା ‘ମୋ ବସ’ ଷ୍ଟପ ହୋଇ ନଥିବାରୁ ଡ୍ରାଇଭର ବରୁଣ ରାଉତ ଆଉ ସେଠାରେ ଗାଡି ରଖି ନଥିଲେ। କିଛି ଦୂର ପରେ ସାହାଜବାହାଲ ଠାରେ ‘ମୋ ବସ’ ଅଟକିବା ପରେ ଅଭିଯୁକ୍ତ ଭିତରକୁ ପଶିଆସି ଡ୍ରାଇଭର ବରୁଣ ରାଉତଙ୍କୁ ମାଡ଼ ମାରିଥିଲେ।
ନିର୍ଦ୍ଧାରିତ ବସ ଷ୍ଟପ୍ ଛଡା ଅନ୍ୟ ସ୍ଥାନରେ ବସ ରଖିବାର ବ୍ୟବସ୍ଥା ନ ଥିବାରୁ ସେ ସେଠାରେ ଗାଡି ରଖି ନ ଥିଲେ ବୋଲି ଡ୍ରାଇଭର ବରୁଣ ରାଉତ ଏତଲାରେ ଉଲ୍ଲେଖ କରିଛନ୍ତି l

Share