A2684a17 E175 46d3 8c96 E11011377409

ବାଲିଗୁଡା, ୨୫/୦୮:  କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ‘ଦକ୍ଷିଣ କାଳୀ ମନ୍ଦିର ପରିସର ମଧ୍ୟରେ ରବିବାର ଅପରାହ୍ନରେ ବ୍ରାହ୍ମଣ ସମାଜର ଏକ ମାସିକ ବୈଠକ ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ପାଦକ କାଳିନ୍ଦୀ ଚରଣ ପଣ୍ଡା ଓ କୋଷାଧକ୍ଷ ପବିତ୍ର ମୋହନ ପାଢ଼ୀଙ୍କ ସମେତ ଶତାଧିକ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ସମାଜ ତରଫରୁ ବ୍ରାହ୍ମଣ ପିଲାଙ୍କୁ ବ୍ରତୋପନୟନ କରିବା ପାଇଁ ନିଷ୍ପତି ନିଆଯିବା ସହ ଇଛୁକ ଗରିବ ବ୍ରାହ୍ମଣ ପରିବାର ସମାଜ ସହ ଯୋଗାଯୋଗ କରିପାରିବେ, ଅଞ୍ଚଳରେ ଥିବା ପ୍ରତ୍ୟେକ ବ୍ରାହ୍ମଣ ପରିବାର ନିଜ ସାହି ର ନୂତନ ସଦସ୍ୟତା ସଂଗ୍ରହ କରିବା ପାଇଁ ଦୁଇ ଜଣିଆ ଟିମ ଗଠନ କରି ଦାୟିତ୍ୱ ପ୍ରଦାନ କରାଗଲା l ସମାଜ ତରଫରୁ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ମାସିକ ବୈଠକ ଅନୁଷ୍ଠିତ ହେଉଛି l ଏଣୁ ଏଥିରେ ଅଞ୍ଚଳ ର ସମସ୍ତ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ଆଲୋଚନା କରାଯାଇଥିଲା l ସମାଜର ପରବର୍ତ୍ତୀ ମାସିକ ବୈଠକ ସେପ୍ଟେମ୍ବର ମାସ ୨୯ ତାରିଖ ରବିବାର ଦିନ ୩ ଘଣ୍ଟ ସମୟରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନର ସଭା ଗୃହ ପରିସର ମଧ୍ୟରେ କରାଯିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା l ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Share