Image 1726370782 750x430

କଳାହାଣ୍ଡି: ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ । ଚାଷ ଜମିରେ ମାଡିଗଲା ଲାଲ କାଦୁଅ ପାଣି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତ ପଡ଼ାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଆଜି ଭୁଶୁଡ଼ି ପଡ଼ିଛି । ଆଜି ରାତି ପ୍ରାୟ ୩ଟା ସମୟରେ ରେଡ୍ ମଡ୍ ପଣ୍ଡଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି।

ରେଡ୍ ମଡ୍ ପଣ୍ଡ କାରଣରୁ ବସନ୍ତପଡ଼ା ସମେତ ବନ୍ଧଗୁଡ଼ା, ଟୁରିଗୁଡ଼ାର ହେକ୍ଟର ହେକ୍ଟର ଚାଷ ଜମିରେ ଲାଲ ମାଟି ପାଣି ମାଡି ଯିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ କମ୍ପାନୀ ଦ୍ଵାରା ନିର୍ମାଣ ହୋଇଥିବା ଏହି ପଣ୍ଡକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣା କରାଯାଉନଥିବାରୁ ଏଭଳି ସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମାଡି ଯାଇଥିବା ଲାଲ କାଦୁଅ ପାଣି କାରଣରୁ ଚାଷ କ୍ଷତି ହେବାର ଆଶଙ୍କା ଅଛି । ଅନ୍ୟପଟେ ଏନେଇ ବେଦାନ୍ତ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Share