Image 1726570149

IPS ଅଫିସର ମନୋଜ କୁମାର ବର୍ମା ହୋଇଛନ୍ତି କୋଲକାତାର ନୂଆ ପୁଲିସ କମିଶନର। ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପଦରୁ ବିନୀତ ଗୋଏଲଙ୍କୁ ହଟାଇବା ପରେ IPS  ମନୋଜ କୁମାର ବର୍ମାଙ୍କୁ ପୁଲିସ କମିଶନର ପଦରେ ନିଯୁକ୍ତି ଦେଇଛନ୍ତି।

1998 ବ୍ୟାଚର ମନୋଜ ବର୍ମା ପଶ୍ଚିମବଙ୍ଗ ପୁଲିସରେ ଅତିରିକ୍ତ ମହାନିର୍ଦ୍ଦେଶକ (ADG) ଭାବରେ ପୋଷ୍ଟ କରାଯାଇଥିଲା। ସେ ଏହା ପୂର୍ବରୁ ବାରାକପୋରାର ପୁଲିସ କମିଶନର ତଥା ସୁରକ୍ଷା ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ କୋଲକାତାର ପୁଲିସ କମିଶନର ହୋଇଛନ୍ତି।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ ବୀନିତ ଗୋଏଲଙ୍କ ଇସ୍ତଫା ଦାବି କରିଥିଲେ। ଗତକାଲି ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

ଆଜି ଜୁନିୟର ଡାକ୍ତରମାନଙ୍କ ଦାବି ପୂରଣ ହୋଇଛି। ମମତା ବାନାର୍ଜୀଙ୍କ ସରକାର ବିନୀତ ଗୋଏଲଙ୍କୁ କାର୍ଯ୍ୟରୁ ହଠାଇ ତାଙ୍କ ସ୍ଥାନରେ ମନୋଜ ବର୍ମାଙ୍କୁ ନିଯୁକ୍ତି ଦେଇଛନ୍ତି।

Share