Ganjam News 750x430

ଗଞ୍ଜାମ: ଗଞ୍ଜାମ ସହର ସମେତ ଗଞ୍ଜାମ ବ୍ଲକ ଅଂଚଳରେ ଗୁରୁବାରଠାରୁ ବିଭିନ୍ନ ଦେବୀ ପୀଠରେ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଫଳରେ ଏହି ସବୁ ଅଂଚଳ ବର୍ତ୍ତମାନ ଉତ୍ସବମୁଖର ହୋଇଉଠିଛି। ସେଥିମଧ୍ୟରୁ ଗଞ୍ଜାମ ସହରସ୍ଥିତ ଦୁର୍ଗା ଦେବୀ ସାହିରେ ଅବସ୍ଥିତ ମା’ ଦୁର୍ଗାଙ୍କ ପୀଠରେ ପବିତ୍ର ନବରାତ୍ରି ପୂଜା ଆରମ୍ବ ହୋଇଛି। ପ୍ରତେକ ଦିନ ମା’ଙ୍କ ପାଖରେ ସନ୍ଧ୍ୟା ଆଳତି, ବାହ୍ୟ କୁମ୍ଭ ପୂଜା, ଚଣ୍ଡିପାଠ,ହୋମ, ମହାପୂଜା ସହିତ ମା’ଙ୍କ ପ୍ରତ୍ୟହ ଅଭିନଵ ରୂପ ଦର୍ଶନ କାର୍ଯ୍ୟକ୍ରମ ରହିଛି।

ସେଥିମଧ୍ୟରେ ମହାଲକ୍ଷ୍ମୀ, ସରସ୍ବତୀ, ବନଦୁର୍ଗା, ମାତାଙ୍ଗୀ, ନାରାୟଣୀ, ଉଗ୍ରତାରା, ଭୁବେନେଶ୍ୱରୀ, ମହିଷାମର୍ଦ୍ଦିନୀ, ଶିବାରୁଢ଼କ୍ଷ, ଦଶହରା ପର୍ବ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦେବୀଙ୍କ ମନ୍ଦିର ମଧ୍ୟରେ ବୁଢ଼ୀ ଠାକୁରାଣୀ, ପଳାକାଶୁଣୀ, ପୁଇଁତଳାର ମା’ କନକ ଦୁର୍ଗା, କୁଶପଲ୍ଲୀସ୍ଥିତ ଚାମୁଣ୍ଡା ମନ୍ଦିର, ପୁରୁଣା ବନ୍ଧର ଗଙ୍ଗାଦେବୀ ପୀଠରେ ନବରାତ୍ରି ପୂଜା ମହାସମାରୋହ ରେ ପାଳିତ ହେଉଛି।

Share