Egg 1728041130

କେଶିଙ୍ଗା: କଳାହାଣ୍ଡି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀର ଗୋଳମୁଣ୍ଡା କଲେଜର ଏକାଡେମୀକ ଉତ୍ସବକୁ ଯାଇଥିବାବେଳେ କିଛି ଯୁବକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼। ପୂର୍ବରୁ ବିଜେଡି ସମର୍ଥକ ଏମାନେ ଥିଲେ ଏବେ ବିଜେପି ସମର୍ଥକ ଥିବା ସୂଚନା। ଏହି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପୂର୍ବରୁ ତାଙ୍କ ଦୃଢ଼ ସମର୍ଥକ ଥିବାବେଳେ ତାଙ୍କୁ ଭିଜିଲାନ୍ସ ମାମଲାରେ ଫସାଇ ହଇରାଣ କରିବା ଅଭିଯୋଗରେ ସେ ଓ ତାଙ୍କ ସମର୍ଥକ ବିଜେପିରେ ଯୋଗଦାନ କରି ଦିବ୍ୟଶଙ୍କରଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି।

ଗତ ନିର୍ବାଚନରେ ଏମାନଙ୍କ ବିରୋଧ ପାଇଁ ଦିବ୍ୟଶଙ୍କର ବଡ଼ କଷ୍ଟରେ ବିଜୟୀ ହୋଇଥିଲେ। ଏଣୁ ବିନ୍ଦୁଙ୍କ ସମର୍ଥକ ଏହି ଅଣ୍ଡା ମାଡ଼ କରିଥିବା ସୂଚନା ମିଳିଛି। ଏଠି ବ୍ଲକ ଅଧ୍ୟକ୍ଷ ବିନ୍ଦୁଙ୍କ ବଡ଼ ସଂଗଠନ ରହିଛି। ଆଉ ଏବେ ବିଧାୟକ ଦିବ୍ୟଶଙ୍କରଙ୍କୁ ନାକେଦମ କରୁଛି।

Share