Similipal 1728561984

ବାରିପଦା : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଦିନ ଗୋଟାଏ ଯାଏ ପ୍ରବେଶ ଅନୁମତି ରହିଛି। ଯଶିପୁର କାଳିଆଣି ଗେଟ ଦେଇ ୩୫ଟି ଗାଡି ଏବଂ ବାରିପଦା ପିଠାବଟା ଲୁଲୁଙ୍ଗ ପଟୁ ୨୫ଟି ଗାଡିକୁ ପ୍ରବେଶ ଅନୁମତି ରହିଛି। ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି।
ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି । ସେହିପରି ଅଭୟାରଣ୍ୟ ମଧ୍ୟରେ ବୁଲିବା ଖାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ତା କରିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ । ଯଶୀପୁର ଗେଟରେ ଆଦିବାସୀ ନାଚ ଗୀତ ମାଧ୍ୟମରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଉଛି ।

Share