Chatar Jatra 3 750x430

ଭବାନୀପାଟଣା: ସଂପନ୍ନ ହେଲା ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଥିଲା। ତେବେ ଏଥର ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଦିଆଯାଇଥିବା ସୂଚନା ମିଳିଛି।

କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ । ଭବାନୀପାଟଣା ରେ ଅବସ୍ଥିତ ମାଣିକେଶ୍ୱରୀଙ୍କ ପୀଠରେ ବୈଦିକ ରୀତି ରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଆଦିବାସୀ ସଂସ୍କୃତି ର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନା ଏକ ନିଆରା ପରମ୍ପରା ବେଶ ପ୍ରାଚୀନ । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନ ବ୍ୟାପି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମହାନବମୀ ତିଥିରେ ଅନୁଷ୍ଠିତ ହୋଇଛି।

Share