Medical 1729679207

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ । ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି । ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ତିନି ମୃତକ ହେଲେ କାମିନୀ ମହାକୁଡ଼, ଓମ୍ ପ୍ରକାଶ ମହାକୁଡ଼ ଓ ସୁନୀତା ମହାକୁଡ଼। ପୁଅ ଝିଅ ବୁଡ଼ିଯାଉଥିବା ଦେଖି ମା ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ସେଥିରେ ସେ ଅସଫଳ ହୋଇଥିଲେ। ପରେ ନିଜେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।
ସେମାନଙ୍କୁ ଉଦ୍ଧାର କରାଯାଇ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏଣେ ଏହି ଖବର ପ୍ରଘଟ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Share