Vivek Express 750x412

ଭଦ୍ରକ: ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ନିଆଁ । ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ବ୍ରେକ ବାଇଣ୍ଡିଂରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ତେବେ ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିଲା। ଟ୍ରେନଟି ଯାତ୍ରା ଆରମ୍ଭ କରିଥିବା ବେଳେ ଏଥିରୁ ଧୂଆଁ ବାହାରିବାର ଦେଖାଦେଇଥିଲା। ରମ୍ଭିଳା ନିକଟରେ ଫାଟକ ଜଗୁଆଳି ନିଆଁ ଦେଖିବା ପରେ ଟ୍ରେନକୁ ଅଟକାଇଥିଲେ। ଖବର ପାଇ ରେଳ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯାହାଫଳରେ ବଡ ଅଘଟଣ ଟଳିଯାଇଥିଲା । ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ନିଆଁଲିଭା କାର୍ଯ୍ୟ ଚାଲିଥିଲା। ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଏହା ପରେ ସ୍ଥିତି ସ୍ଵାଭାବିକ ହେବାରୁ ଟ୍ରେନଟି ବର୍ତ୍ତମାନ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।

Share