Unnao accident

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଙ୍ଗା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରର ଉପର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆଉ କାରରେ ଥିବା ୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨ ଜଣଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି । ଘଟଣା ପରେ ସୂଚନା ପାଇ ୟୁପିଡ଼ା ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ସମସ୍ତ ମୃତକ ପ୍ରୟାଗରାଜର ବୋଲି ଜଣାପଡିଛି ।

ଖବର ମୁତାବକ, ଉନ୍ନାଓର ଆସୀବନ ଥାନା ଅଞ୍ଚଳରେ ଗଙ୍ଗା ଏକ୍ସପ୍ରେସୱେ ଅପରାହ୍ନ ୩ଟା ୨୦ ମିନିଟ ଦୁର୍ଘଟଣା ହୋଇଥିଲା । ଏକ ଟ୍ରକ ଖରାପ ହୋଇଥଯିବା ଯୋଗୁଁ ଏକ୍ସପ୍ରେସ ୱେ କଡ଼ରେ ଠିଆ ହୋଇଥିଲା । ଆଉ ଏହି ସମୟରେ ପଛରୁ ଦ୍ରୁତ ଗତିରେ ଏକ କାର୍ ଆସି ଧକ୍କା ଦେଇଥିଲା ।

ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍ ସଂପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା । କାରରେ ଥିବା ୪ ଜଣଙ୍କ ଭିତରୁ ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ସେହିପରି ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ କରିଥିଲେ । ଏହାପରେ ପୋଲିସ ପହଞ୍ଚି ତତକାଳୀନ ଉପଚାର କରି ହସପିଟାଲରେ ଭର୍ତ୍ତି କରିଥିଲା ।

ଘଟଣା ବିଷୟରେ ସୂଚନା ମିଳିବା ପରେ ଥାନା ପ୍ରଭାରୀ ପ୍ରଦୀପ ସିଂ ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ସ୍ଥଳର ନିରୀକ୍ଷଣ କରିଥିଲା । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ । ସମସ୍ତ ମୃତକ ପ୍ରୟାଗରାଜର । ଉଦୟ ସିଂହ, ଅନୁପମ ଗୁପ୍ତା, ବିଜୟ ଏବଂ ଅମନ ସାମିଲ ରହିଛନ୍ତି ।

Share