Nandankanan E1672467627404 640x430 1

କଟକ: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ଅତିଥି ଆସିଛନ୍ତି। ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ହାଇଦ୍ରାବାଦ ନେହରୁ ଜୁଲଜିକାଲ୍ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯାଇ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଅନୁମତି ଦେଇଥିବା ବେଳେ ଆରମ୍ଭ ହୋଇଛି ଏହି ଅଦଳବଦଳ ପ୍ରକ୍ରିୟା । ହାଇଦ୍ରାବାଦରୁ ୧୭ ଜଣିଆ ଟିମ୍ ନନ୍ଦନକାନନ ଆସି ଏସବୁ ଜୀବଜନ୍ତୁ ବଦଳ କରିନେଇଛନ୍ତି।

ପ୍ରାଣୀ ଉଦ୍ୟାନରେ ଜାରି ରହିଛି ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟା । ନନ୍ଦନକାନନ ପ୍ରାଣୀ ଉଦ୍ୟୋନରୁ ହାଇଦ୍ରାବାଦ ନେହରୁ ଜୁଲଜିକାଲ୍ ପାର୍କକୁ ସାରସ୍ କ୍ରେନ୍, ସ୍ପୁନବିଲ ପକ୍ଷୀ, ବୋନେଟ୍ ମାକେକ୍ ମାଙ୍କଡ, ମାଉସ୍ ଡିଅର, ରେଡ୍ ସ୍ୟାଣ୍ଡ ବୋ ଭଳି କିଛି ବିରଳ ସାପକୁ ଦିଆଯାଇ ଗୋଲ୍ଡେନ୍ ପିଜାଣ୍ଟ, ବିରଳ କୁମ୍ଭୀର, ହରିଣଭଳି କିଛି ବିରଳ ପ୍ରାଣୀ ଅଣାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟ ଅଣାଯାଇଥିଲା।

Share