ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ଆୟତ୍ତରେ ରହିଛି ଓ ଜିଲ୍ଲାର ୧୭ଟି ବ୍ଲକରେ ଲୋକଙ୍କୁ ସଚେତନ କରାଯିବା ସହ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ନମୁନା ପରୀକ୍ଷା କରାଯାଉଛି ଏବଂ ସ୍କ୍ରବ୍ ଟାଇଫସ୍ ରୋଗ ପାଇଁ ୧୭ଟି ବ୍ଲକର ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିସିନ ମହଜୁଦ ରହିଛି ।
ସ୍ବାସ୍ଥ୍ୟବିଭାଗର ତଥ୍ୟ ଅନୁସାରେ, ୨୦୨୨ରେ ୫୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୩୧ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୨୦୨୩ରେ ୪୦୫୧ ଜଣଙ୍କ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରେ ୭୪୬ ସଂକ୍ରମିତ ଥିବା ଜଣାପଡ଼ିଥିଲା। ୨୦୨୪ରେ ୮୬୫୭ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ସଂକ୍ରମିତ ଥିଲେ ୨୦୫୨ । ଚଳିତବର୍ଷ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୭୩୫୮ଟି ନମୁନା ପରୀକ୍ଷା କରାଯାଇଥିବା ଓ ସେଥିରୁ ୧୫୪୬ ଆକ୍ରାନ୍ତ ହୋଇଥିବାବେଳେ ଦୁଇଜଣଙ୍କର ଜୀବନ ଯାଇଥିବା ଜଣାପଡ଼ିଛି ।

