Police 1

ବଣାଇ: ବଡ଼ଧରଣର ଡକାୟତ ଗ୍ୟାଙ୍ଗ ଗିରଫ ।  ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଆନ୍ତଃରାଜ୍ୟ ଡକାୟତ ଗିରଫ ।  ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଆଉ ୬ରୁ ୭ ଡକାୟତ ।  ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଚନ୍ଦ୍ରପୁର ଗାଁରୁ ୩ ଡକାୟତଙ୍କୁ ଗିରଫ କରିଛି ପୋଲିସ ।  ଏକ ଖେଳ ପଡ଼ିଆରେ ପ୍ରାୟ ୧୦ଜଣ ଡକାୟତ ଡକାୟତି ଯୋଜନା କରୁଥିବା ଖବର ପାଇଥିଲା ପୋଲିସ ।

ଟିକାୟତପାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରୁ କିଛି ଖସି ପଳାଇଥିଲେ ।  ଝାଡ଼ଖଣ୍ଡରୁ ଦୁଇ ଜଣ ଓ ସୁନ୍ଦରଗଡ଼ରୁ ଜଣଙ୍କୁ ଗିରଫ କରିଥିଲା ପୋଲିସ ।  ସେମାନଙ୍କ ଠାରୁ ମାରଣାସ୍ତ୍ର ସମେତ ପାଇଁ ନଗଦ ଟଙ୍କା ଜବତ କରିଥିଲେ ।  ଗିରଫ ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି । ଖସି ପଳାଇଥିବା ଡକାୟତଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ ।

Share