Jawan 1

ରାଉରକେଲା: ନିଜକୁ ଗୁଳିକଲେ ସିଆରପିଏଫ୍ ଯବାନ । ରାଉରକେଲାରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳିକଲେ CRPF ଯବାନ । ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ସିଆରପିଏଫ୍ ଯବାନ ଉତ୍ତରପ୍ରଦେଶ ବଲିଆ ନନ୍ଦଗାଁର ସୁବାସ ପ୍ରସାଦ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଗତ ଅକ୍ଟୋବରରେ ମାଓବାଦୀଙ୍କ ଅପରେସନ ପାଇଁ ଓଡ଼ିଶା – ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ନିକଟରେ ଥିବା ଲାଠିକଟା ଥାନା ଅଞ୍ଚଳରେ ନୂତନ ଭାବେ ମତକମଝରଣ ଗ୍ରାମରେ ହୋଇଥିଲା CRPF କ୍ୟାମ୍ପ ମୃତକ ଜଣକ ହେଉଛନ୍ତି ହାବିଲଦାର ସୁଭାଷ ପ୍ରସାଦ ବର୍ତ୍ତମାନ ମୃତଦେହକୁ ରାଉରକେଲା ସରକାରୀ ହସ୍ପିଟାଲ ମର୍ଗ ହାଉସ ରୁ ବ୍ୟବଛେଦ ପାଇଁ ନିଆଯାଇଛି । ଘଟଣା ସମ୍ପର୍କରେ ମୃତ ଯବାନଙ୍କ ପରିବାର ଲୋକଙ୍କୁ ଜଣାଇଦିଆଯାଇଛି ଏବଂ ପରିବାର ଲୋକ ଆସିବା ପରେ ହିଁ ମୃତ ଦେହ ହସ୍ତାନ୍ତର କରାଯିବ ।

Share