Sura 1

ଭୁବନେଶ୍ୱର : ସୁରଙ୍କ ୟୁଟର୍ଣ୍ଣ । ନିର୍ବାଚନୀ ମଇଦାନକୁ ଓହ୍ଲାଇବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ । କଂଗ୍ରେସ ଟିକେଟରୁ ଲଢ଼ିବେ ବୋଲି ଇସାରା ଦେଇଛନ୍ତି ସୁର ରାଉତରାୟ । କହିଛନ୍ତି, ଲୋକ ଚାହିଁଲେ ଲଢ଼ିବି । ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା। ଏଣିକି ଜଟଣୀରେ କଂଗ୍ରେସ ଆସିବ । ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛି। ଆମ ପାଖରେ ଶକ୍ତି, ସଂଗଠନ ଅଛି ଲଢ଼ିବୁ ଜିତିବୁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ପୂର୍ବରୁ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ ସୁର ରାଉତରାୟ ।

Share