Tariff

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବାଂଲାଦେଶକୁ ବଡ଼ ଆଶ୍ୱସ୍ତି । ସୋମବାର ଦିନ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଏକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଆମେରିକା ବାଂଲାଦେଶ ଉପରୁ ୧୯% କୁ ଶୁଳ୍କ ହ୍ରାସ କରିଛି । ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଆମେରିକା ଏବେ ବାଂଲାଦେଶୀ ପ୍ରଡକ୍ଟ ଉପରେ ପାରସ୍ପରିକ ଶୁଳ୍କ ୨୦% ରୁ  ୧୯% କୁ ହ୍ରାସ କରିଛି । ଆମେରିକା ଓ ବାଂଲାଦେଶ ମଧ୍ୟରେ ହୋଇଥିବା ନୂଆ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ଉଭୟ ଦେଶ ଶୁଳ୍କ ହ୍ରାସ କରିବା ଓ ନିବେଶ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।

ବାଂଲାଦେଶ ରାସାୟନିକ ପଦାର୍ଥ, ଚିକିତ୍ସା ଉପକରଣ, ଯନ୍ତ୍ରପାତି, ଯାନବାହାନ ଓ ଏହାର ପାର୍ଟ୍ସ, ଆଇସିଟି ଉପକରଣ, ଶକ୍ତି ଉତ୍ପାଦ, ସୋୟା, କ୍ଷୀର, ଗୋମାଂସ, କୁକୁଡ଼ା, ବାଦାମ ଓ ଫଳ ସମେତ ଆମେରିକୀୟ ଶିଳ୍ପ ଏବଂ କୃଷି ଉତ୍ପାଦଗୁଡ଼ିକୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରିବ । ଅନ୍ୟପଟେ ଆମେରିକା, ବାଂଲାଦେଶରୁ ଆସୁଥିବା କିଛି ବୟନ ଓ ପୋଷାକ ଉତ୍ପାଦ ଉପରେ ଶୂନ୍ୟ ଶୁଳ୍କ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି ।

ବାଣିଜ୍ୟରେ ବାଧା ସୃଷ୍ଟି କରୁଥିବା ଅଣ-ଶୁଳ୍କ ପ୍ରତିବନ୍ଧକଗୁଡ଼ିକୁ ହଟାଇବାକୁ ମଧ୍ୟ ଦୁଇ ଦେଶ ସହମତ ହୋଇଛନ୍ତି । ଏହା ସହିତ, ବାଂଲାଦେଶ ଫ୍ରି ଟ୍ରାନ୍ସଫର ଅଫ୍ ଡାଟା, କଷ୍ଟମ୍ ପ୍ରକ୍ରିୟାର ଡିଜିଟାଲାଇଜେସନ୍, ବୀମା କ୍ଷେତ୍ରରେ ସଂସ୍କାର, ଶ୍ରମିକଙ୍କ ଅଧିକାର ସୁରକ୍ଷା, ବାଧ୍ୟତାମୂଳକ ଶ୍ରମରେ ତିଆରି ସାମଗ୍ରୀ ଉପରେ ରୋକ, ପରିବେଶ ସୁରକ୍ଷା ଓ ଦୁର୍ନୀତି ବିରୋଧୀ ଆଇନର କଠୋର ପ୍ରୟୋଗ ପାଇଁ ଆମେରିକା ପ୍ରତିଶ୍ରୁତି ଦେଇଛି ।

Share