ନ୍ୟୁୟର୍କ: ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ ଅଭିଯୋଗ । ୟୁନିଭରସିଟି ଅଫ୍ କାର୍ଲିଫର୍ଣ୍ଣିଆରୁ ନିଖୋଜ । କର୍ଣ୍ଣାଟକର ୨୨ ବର୍ଷୀୟ ସାକେତ ଶ୍ରୀନିବାସ । ସାକେତ IIT ମାଡ୍ରାସର ପୂର୍ବତନ ଛାତ୍ର ହୋଇଥିବା ବେଳେ ଏବେ ସେ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ବର୍କଲେରେ ମାଷ୍ଟର୍ସ ଡିଗ୍ରୀ କରୁଥିଲେ । ଫେବ୍ରୁଆରୀ ୯ ତାରିଖରୁ ସେ ନିଖୋଜ ଅଛନ୍ତି ।
ସାକେତଙ୍କୁ ଶେଷଥର ପାଇଁ ବର୍କଲେ ହିଲ୍ସର ଲେକ୍ ଆଞ୍ଜା ନିକଟରେ ଦେଖିବାକୁ ମିଳିଥିଲା । ତେବେ ଟିଲଡେନ୍ ଆଞ୍ଚଳିକ ପାର୍କ ନିକଟସ୍ଥ ଏକ ଘର ସାମ୍ନାରୁ ସାକେତଙ୍କ ବ୍ୟାଗ୍ ମିଳିଛି, ଯେଉଁଥିରେ ତାଙ୍କର ପାସପୋର୍ଟ ଏବଂ ଲାପଟପ୍ ରହିଥିଲା । ଯାହାକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ । ସାକେତଙ୍କ ସହପାଠୀ ବନିତ ସିଂ.ନିଖୋଜ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।
ମାମଲାରେ ସାନଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ସ୍ଥାନୀୟ ପୋଲିସ ଏବଂ ସାକେତଙ୍କ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସାକେତଙ୍କ ବିଷୟରେ ସୂଚନା ମିଳିଲେ, ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଇଛି ।

