ଭୁବନେଶ୍ୱର : ପାଣିପାଗର ଡବଲ ୱାର୍ଣ୍ଣିଂ। ରାଜ୍ୟରେ ଖରା ସହ ଦେଖିବାକୁ ମିଳିବ କାଳବୈଶାଖୀ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ଆଲର୍ଟ ଜାରି। ଆସନ୍ତାକାଲି ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଗାତାର ୫ଦିନ ପ୍ରବଳ ଗୁଳୁଗୁଳି ସହ ବର୍ଷା ପବନ ଓ ବିଜୁଳି ଘଡଘଡ଼ି ଜାରି ରହିବ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ଡବଲ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଜି କାଳବୈଶାଖୀ ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବାକି ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ସହ ଉପକୂଳ ଓଡ଼ିଶାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜି ୪୪ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ହୀରାକୁଦ । ସେହିପରି ଝାରସୁଗୁଡ଼ା ୪୩.୮ ଡିଗ୍ରୀ, ସମ୍ବଲପୁର ୪୩.୪ ଡିଗ୍ରୀ ତାପମାତ୍ରା ରହିଛି ।

