Nia

ଭୁବନେଶ୍ୱର : ନକଲି NIA ଅଫିସରକୁ ମାଡିବସିଲା ପୋଲିସ !।  ଥାନାରେ ଦଲାଲି କରିବାକୁ ଆସି ଧରାପଡିଲା ଠକ ।  ରାଜଧାନୀରୁ ଧରାପଡିଲା ନକଲି NIA ଅଫିସର ।  ନିଜକୁ National Investigation Agency ଅଧିକାରୀ କହି ପୁଲିସକୁ ଦେଖାଉଥିଲା ଠାଣି ।  ଥାନାକୁ ଆସି ମିଛ ମାମଲା ରୁଜୁ କରିବା ପାଇଁ ପୋଲିସ ଉପରେ ପକାଉଥିଲା ଚାପ ।  ଶେଷରେ ଖାରବେଳନଗର ଥାନା ପୋଲିସ ହାତରେ ଧରାପଡିଲା ଠକ ଚାଲବାଜ ।  ଅଭିଯୁକ୍ତର ନାଁ ଆଶିଷ ରେଡି ।  ସେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି ।  ଜଣେ ମହିଳାଙ୍କ ଗ୍ୟାଙ୍ଗ ରେପ୍ ଅଭିଯୋଗକୁ ନେଇ ଥାନାରେ ଦଲାଲି କରିବାକୁ ଆସିଥିଲା ଅଭିଯୁକ୍ତ ।

ନିଜକୁ NIA ଅଫିସର ପରିଚୟ ଦେଇ ପୋଲିସକୁ ଧମକଚମକ ମଧ୍ୟ ଦେଉଥିଲା ।  ଫିଲ୍ମ ଷ୍ଟାଇଲରେ NIA ଲୋଗୋ ଲାଗିଥିବା ଜ୍ୟାକେଟ୍ ପିନ୍ଧି ବୁଲୁଥିବା ବେଳେ ସନ୍ଦେହ ହୋଇଥିଲା ପୋଲିସର ।  ପରେ ତାଙ୍କ ଆଇଡି କାର୍ଡ ଯାଞ୍ଚ କରାଯିବା ପରେ ସାମ୍ନାକୁ ଆସିଥିଲା ଅସଲ ଚିତ୍ର ।  ନକଲି ପରିଚୟ ଦେଇ ଲୋକଙ୍କୁ ଧମକ ଦେବା ସହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଥିବା ସନ୍ଦେହ କରୁଛି ପୋଲିସ । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୧୦ରୁ ୧୫ ଦିନ ଧରି ସେ NIA ଅଫିସର ସାଜି ବୁଲୁଥିବା ବେଳେ ଆଉ କେତେ ଲୋକଙ୍କୁ ଠକିଛି ସେନେଇ ଖୋଳତାଡ଼ କମିଶନରେଟ ପୋଲିସ ।

Share