Iic v

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି ଅଧୀନରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନରେ ରହିବେ ।

ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ଦିନ ପାରିବାରିକ କଳହକୁ ନେଇ ଥାନାକୁ ଯାଇଥିଲେ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ । ପୋଲିସ ଏତଲା ରଖିବା ପରିବର୍ତ୍ତେ ୬ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା । ମାଆକୁ ମାଡ ମାରିବା ସହ ପାଇଖାନା ଭିତରେ ପୁରାଇ ପୁଅକୁ ମାଡ ମାରିଥିଲା ପୋଲିସ । ଘଟଣାକୁ ନେଇ କେନ୍ଦ୍ରାପଡା ଏସପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ପରେ ତଦନ୍ତ ଆଧାରରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ ପେଣ୍ଡ କରିଛନ୍ତି ଡିଜିପି । ପୂର୍ବରୁ ମଧ୍ୟ ଝାରସୁଗୁଡାରେ କାର୍ଯ୍ୟରତ ଥିବା ସମୟରେ ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ମାଡ଼ ମାରିବା ଭଳି ଅଭିଯୋଗ ଆସିଥିଲା। ସେତେବେଳ ତାଙ୍କୁ ସସପେଣ୍ଡ କରିଥିଲେ ଡିଜିପି ।

Share