Crime

ଗୋପ: ପୋଲିସ ଚେତାବନୀକୁ ଫୁ । ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ । ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ। ପୁରୀ ଜିଲ୍ଲା ଗୋପ ଆନା ଅଧୀନ ଗିରିମା ଗାଁରେ ଆକ୍ରମଣ ।

୨୬ ତାରିଖରେ ବିଳମ୍ବିତ ରାତିରେ ଗିରିମା ଗାଁର ଜଗବନ୍ଧୁ ମଲ୍ଲିକଙ୍କୁ ୨ ଭାଇ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି । ଦାଦା ବଟି ପାଇଁ ଧମକ ମିଳୁଥିବା ଦୁଇ ଦିନ ତଳେ ଗୋପ ଥାନାରେ ଏତଲା ଦେଇଥିଲେ ଜଗବନ୍ଧୁ । ପୋଲିସ ସୁରକ୍ଷା ମିଳିନଥିବା ଅଭିଯୋଗ ହୋଇଛି l ଜଗବନ୍ଧୁ ଗାଁ କୋଠଘରେ ବସିଥିବା ବେଳେ ୨ ଭାଇ ପହଞ୍ଚି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଜଗବନ୍ଧୁଙ୍କ ଛାତି, ଗୋଡ଼, ପିଠି, ହାତ ଓ କାନ୍ଧରେ ଗୁରୁତର ଆଘାତ ଲାଗିଛି! । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ୨ ଦିନ ତଳେ ଆକ୍ରମଣକାରୀ ଦୁଇ ଭାଇ ତାଙ୍କୁ ରାସ୍ତାରେ ଅଟକାଇ ବଟି ମାଗିଥିଲେ । ବଟି ନଦେଲେ ହଣା ଖାଇବ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଗୋପ ଥାନା ରେ କୌଣସି ଲିଖିତ ରିପୋର୍ଟ ଦିଆ ଯାଇନଥିବା ଗୋପ ଥାନା ଆଇ ଆଇସି କହିଛନ୍ତି ।

Share