ବାରଙ୍ଗ: ଥାର୍ଡ ଡିଗ୍ରୀ ପରେ ମେଡିକାଲରୁ ଉଠାଇନେଲେ । ଘଟଣାକୁ ନେଇ ପୁଣି ବାରଙ୍ଗ ଥାନା ଘେରିଲେ ଶତାଧିକ ଗ୍ରାମବାସୀ । ଘଟଣାସ୍ଥଳରେ କଟକ ଡିସିପି। ଚଣ୍ଡୀପ୍ରସାଦ ଗାଁର ରାକେଶ ବେହେରାଙ୍କୁ ବାରଙ୍ଗ ପୋଲିସର ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପୁଣି ତାତିଲେ ଗ୍ରାମବାସୀ । ବାରଙ୍ଗ ଥାନା ଘେରିବା ସହ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ପୋଲିସର ଥାର୍ଡ ଡିଗ୍ରୀ ପରେ ରାଜେଶ ଏସସିବି ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ । କିନ୍ତୁ ରାକେଶଙ୍କୁ ପୋଲିସ କେଉଁଆଡେ ଉଠାଇ ନେଇଯାଇଥିବା ଖବର ପାଇଥିଲେ ପରିବାର ।
ଘଟଣା ବିଷୟରେ ଗ୍ରାମବାସୀ ଜାଣିବା ପରେ ଶତାଧିକ ମହିଳା ଓ ପୁରୁଷ ବାରଙ୍ଗ ଥାନାରେ ପହଞ୍ଚି ଥାନା ଘେରାଉ କରିଛନ୍ତି । ପୋଲିସର ଅମାନୁଷିକ କାର୍ଯ୍ୟକୁ ବିରୋଧ କରି ବାରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଘଟଣାସ୍ଥଳରେ କଟକ ଡିସିପିଙ୍କ ସମେତ ଏସିପି ବିଭିନ୍ନ ଥାନାରେ ଅଧିକାରୀ ଓ ଫୋର୍ସ ମୁତୟନ ହୋଇଛନ୍ତି ।

